ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ଇଞ୍ଜିନିୟରିଂ ରେ

ବୃତ୍ତି

ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍


ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍

NCS CODE: N/A | E052

ଭର୍ଚୁଆଲ୍ ରିଆଲିଟି ଇଞ୍ଜିନିୟର୍ ଡିଜାଇନ୍ ପ୍ରକ୍ରିୟା ମଧ୍ୟରେ 3ଡି ମଡେଲିଂ ଉପକରଣ ଏବଂ ଭିଜୁଆଲାଇଜେସନ୍ କୌଶଳର ପ୍ରୟୋଗ କରିଥାନ୍ତି। ଏହି ଜ୍ଞାନକୌଶଳ ଇଞ୍ଜିନିୟର୍ ମାନଙ୍କୁ ସେମାନଙ୍କ ପ୍ରକଳ୍ପଗୁଡିକୁ ନିରୀକ୍ଷଣ କରିବାରେ  ସାହାଯ୍ୟ କରେ, ଯାହା ଏହାର କାର୍ଯ୍ୟକାରିତା ବିଷୟରେ ବୁଝାଇଥାଏ।

ଆବଶ୍ୟକ ଦକ୍ଷତା :
  • ସମାଲୋଚନାତ୍ମକ ଚିନ୍ତାଧାରା
  • ଯୋଗାଯୋଗ ଦକ୍ଷତା 
  • ଦଳଗତ କାର୍ଯ୍ୟ 
  • ନିଷ୍ପତ୍ତି ନେବା
  • ସାଂଗଠନିକ ଦକ୍ଷତା 
  • ବିବରଣୀ ପ୍ରତି ଧ୍ୟାନ  
ସଫଳତାର କାହାଣୀ

ଇଭାନ୍ ଏଡୱାର୍ଡ୍ ସଦରଲାଣ୍ଡ

୧୯୩୮ ମସିହା ମେ ୧୬ ତାରିଖରେ ଆମେରିକାର ନେବ୍ରାସ୍କାର ହେଷ୍ଟିଂସରେ ଜନ୍ମଗ୍ରହଣ କରିଥିବା ଇଭାନ୍ ଏଡୱାର୍ଡ୍ ସଦରଲାଣ୍ଡ କମ୍ପ୍ୟୁଟର୍ ଗ୍ରାଫିକ୍ସ୍ ର ପିତା ଭାବରେ ଜଣାଶୁଣା । ସେ ୧୯୬୫ରୁ ୧୯୬୮ ପର୍ଯ୍ୟନ୍ତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଆସୋସିଏଟ୍ ପ୍ରଫେସର୍ ଭାବରେ କାର୍ଯ୍ୟ କରିଥିଲେ । ସେ୧୯୮୮ରେ ଟ୍ୟୁରିଂ ପୁରସ୍କାର, ୧୯୮୫ରେ କମ୍ପ୍ୟୁଟର ପିଓନିର ଆୱାର୍ଡ, ୧୯୯୮ରେ ଆଇଇଇଇ ଜନ୍ ଭନ୍ ନ୍ୟୁମ୍ୟାନ୍ ମେଡାଲ୍ ଏବଂ ୧୯୯୪ରେ ଏସିଏମ୍ ଫେଲୋ ଭଳି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହାବ୍ୟତୀତ ୧୯୭୮ମସିହାରେ ସେ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ୍ ର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ